Site icon ଆଜିକାଲି

ଜାତୀୟସ୍ତରୀୟ ଶିଳ୍ପ ଓ ବାଣିଜ୍ୟ ମେଳା ‘ଏକ୍ସପୋ ଓଡ଼ିଶା-୨୦୨୪’ ଉଦଘାଟିତ

ବାଲେଶ୍ବର : ବାଲେଶ୍ୱର ସହର ଆଇଟିଆଇ ପଡ଼ିଆରେ ଜାତୀୟସ୍ତରୀୟ ଶିଳ୍ପ ଓ ବାଣିଜ୍ୟ ମେଳା ‘ଏକ୍ସପୋ ଓଡ଼ିଶା-୨୦୨୪’ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ଏହି ମେଳା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ ଦିନ ଧରି ଏମଏସଏମଇ ବିଭାଗ ଓଡ଼ିଶା ସରକାର, ଏମଏସଏମ, ଇଡ଼ିଏଫ ଓ ଭାରତ ସରକାର, ଜିଲ୍ଲା ପ୍ରଶାସନ, ବାଲେଶ୍ଵର ଶିଳ୍ପ ଓ ବାଣିଜ୍ୟ ସଂଘ, ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂସ୍କା ନୋସିର ମିଳିତ ସହଯୋଗରେ ଜାତୀୟସ୍ତରୀୟ ଶିଳ୍ପ ଓ ବାଣିଜ୍ୟ ମେଳା ଜାରି ରହିବ ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵରର ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ଶିନ୍ଧେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବକ୍ତବ୍ୟରେ କହିଥିଲେ କି, ଜିଲ୍ଲାର ଶିଳ୍ପ ଓ ବାଣିଜ୍ୟର ବିକାଶ ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ବାସ୍ତବରେ ଅବର୍ଣ୍ଣନୀୟ । ଏହାଫଳରେ ଦ୍ରବ୍ୟ ଆମଦାନୀ, ରତ୍ପାନୀ, ବିକ୍ରୟ ଓ ଜନସାଧାରଣଙ୍କ ପରିଦର୍ଶନ କରି ମନମୁଗ୍ଧ ହେବାପାଇଁ ପ୍ରଶସ୍ତ କ୍ଷେତ୍ର ସୃଷ୍ଟି ହୋଇଛି । ଏଥିରେ ପାଖାପାଖି ୩୫୦ରୁ ଉର୍ଦ୍ଧ୍ବ ଷ୍ଟଲ ସ୍ଥାନିତ ହୋଇଥିଲା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ଶିଳ୍ପସଂସ୍ଥା, ବାଣିଜ୍ୟ ସଂସ୍ଥା, ଶିକ୍ଷାନୁଷ୍ଠାନ, ଅଟୋ ମୋବାଇଲ, ହୋଟେଲମାନେ ଭାଗ ନେଇଛନ୍ତି । ମିଶନ ଶକ୍ତି ୧୫ଟି , କୁଟିରଶିଳ୍ପ ୧୨ଟି, ଜିଲ୍ଲା ଶିଳ୍ପକେନ୍ଦ୍ର ୨୦ଟି, ଏଯାବତ୍ ବିଭିନ୍ନ ଖାଦ୍ୟ ବିକ୍ରୟ କେନ୍ଦ୍ର ଖୋଲାଯାଇଛି । ପ୍ରତ୍ୟେହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥୁଲା ବେଳେ ମଂଚାସୀନ ଅତିଥି ଭାବେ ବାଲେଶ୍ଵର ଶିଳ୍ପ ଓ ବାଣିଜ୍ୟ ସଂଘର ସଭାପତି ସଂଜୟ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସମ୍ପାଦକ ସୁନୀଲ କୁମାର ମୋଦି, ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂସ୍ଥାର ସଭାପତି ବିବେକ ରାଜ ବାଜପେୟୀ, ନୋସିର ସଭାପତି ପି.କେ. ଦାବେ, ପିଂଟୁ ପୋଦାର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version