Site icon ଆଜିକାଲି

ଜାତୀୟ ସ୍ତରୀୟ କଳିଙ୍ଗ ମିଷ୍ଟର,ମିସ୍ ‘ଫ୍ୟାସନ୍ ଶୋ’ ରେ ବାଲେଶ୍ୱର ଏ.ବି. ମଡେଲିଂ ସ୍କୁଲର ଛାତ୍ରଛାତ୍ରୀଙ୍କ କମାଲ୍ ।-


ଚଳିତ ମାସ ଭୁବନେଶ୍ୱର ଠାରେ ଆୟୋଜିତ ଜାତୀୟ ସ୍ତରୀୟ କଳିଙ୍ଗ ମିଷ୍ଟର,ମିସ୍ ‘ଫ୍ୟାସନ ଶୋ’ ପ୍ରତିଯୋଗୀତା ରେ ବାଲେଶ୍ୱର ଏ.ବି. ମଡେଲିଂ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଜେତା ଘୋଷିତ ହୋଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅର୍ଜ୍ଜନ କରିଛନ୍ତି । ମିସ୍ ଗୃପ୍ର ଅର୍ପିତା ପ୍ରଧାନ ‘ଫ୍ୟାସନ ଶୋ’ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଜୁନିୟର୍ ମିସ୍ ଗୃପ୍ ର ସାଇ ସିପ୍ରା ଦାସ ଦ୍ୱୀତିୟ ସ୍ଥାନ ଅଧିକାର କରିଥିବା ବେଳେ ସବ୍ ଜୁନିୟର ଗୃପ୍ର ତନିଷା ରଣା ପ୍ରଥମ ଓ କିଡ଼ସ୍ ଗୃପ୍ର କ୍ରୀତି କ୍ରୀଷ୍ଣା ଦାସ ପ୍ରଥମ ଓ ଦେବାଶିଷ ଚକ୍ରବର୍ତୀ ଦ୍ୱୀତିୟ ସ୍ଥାନ ପାଇଛନ୍ତି । ସେହିପରି ମିଷ୍ଟର ଗୃପ୍ର କିଡ଼୍ସ ବିଭାଗରେ ଅସ୍ମିତ୍ କୁମାର ସାହୁ ପ୍ରଥମ, ଆୟୂଷ ମାଝୀ ଦ୍ୱୀତିୟ ଓ ଅର୍ମାନ୍ ରଣା ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏହାଛଡ଼ା ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ଶିକ୍ଷକ ଅନୁରାଗ ବାସ୍ତୁଙ୍କୁ ‘ବେଷ୍ଟ ମେଂଟର୍ ଆୱାର୍ଡ଼ ମଧ୍ୟ ମିଳିଛି । ଏହାସହ ‘କଳିଙ୍ଗ ମିସ୍ ସୁପର୍ ଫେସନ୍ ଭା’ର ଟାଇଟଲ୍ ଜେ.ଏସ୍ ତନିଶା ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । କଳା, ସଂସ୍କୃତିର ମାଟି ବାଲେଶ୍ୱର ଆଜି ନୂତନ କଳାକାରଙ୍କ ପ୍ରତିଭାକୁ ନେଇ ଗର୍ବ ଅନୁଭବ କରୁଛି । ଏଥିପାଇଁ ପ୍ରଶିକ୍ଷଣ ଦାୟିତ୍ୱରେ ଥିବା ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇ ପାରିଛି ।

Exit mobile version