Site icon ଆଜିକାଲି

ଉଦ୍‌ଘାଟିତ ହେଲା ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ


କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲା ବଡ଼ବିଲ ଉତ୍ସବ ପଡ଼ିଆରେ ଆୟୋଜିତ ତିନିଦିନିଆ ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ଶୁକ୍ରବାର ସଂଧ୍ୟାାରେ ଉଦ୍‌ଘାଟିତ ହୋଇଛି। ରବିବାର ପର୍ଯ୍ୟନ୍ତ ଏହି ମହୋତ୍ସବ ହେବାର କାର୍ଯ୍ୟକ୍ରମ ରହିଥିଲାବେଳେ ଶୁକ୍ରବାର କାଳ ବୈଶାଖୀ ପ୍ରଭାବରେ ପବନ ଓ ବର୍ଷା କାର୍ଯ୍ୟକ୍ରମରେ ବାଧକ ସାଜିଛି। ସୂଚନା ଅନୁଯାୟୀ, ଅଲ ଇଣ୍ଡିଆ ଆଦିବାସୀ କମ୍ୟୁନିଟି ପକ୍ଷରୁ କେନ୍ଦୁଝର ଜିଲା ବଡ଼ବିଲ ଉତ୍ସବ ପଡ଼ିଆରେ ଶୁକ୍ରବାର ଠାରୁ ୩ଦିନିଆ ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସ ଅନୁଷ୍ଠିତ ହୋଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ , ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ବଡ଼କୁଅଁର ଗାଗରାଇ , କେନ୍ଦୁଝରର ବିଧାୟକ ମୋହନ ମାଝୀ , ପଦ୍ମଶ୍ରୀ ଡ଼. ତୁଳସୀ ମୁଣ୍ଡା , ଭାଜପା ନେତା ମୁରଲୀ ମନୋହର ଶର୍ମା , ଅଲ ଇଣ୍ଡିଆ ଆଦିବାସୀ କମ୍ୟୁନିଟିର ସଭାପତି ପୁରୁଷୋତ୍ତମ ଗାଗରାଇ ପ୍ରମୁଖ ଯୋଗଦେଇଥିଲେ । ଏହି ମହୋତ୍ସବ କେନ୍ଦୁଝର ଜିଲାର ପ୍ରଥମ ଜାତୀୟ ସ୍ତରର ଆଦିବାସୀ ମହୋତ୍ସବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା , ଝାଡ଼ଖଣ୍ଡ , ପଶ୍ଚିମବଙ୍ଗ , ଛତିଶଗଡ଼ , ଆସାମ , ମଧ୍ୟପ୍ରଦେଶ , ମିଜୋରାମ , ଅରୁଣାଞ୍ଚଳ ପ୍ରଦେଶ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟର ଆଦିବାସୀ ନେତୃବୃନ୍ଦ ଯୋଗଦେଇଛନ୍ତି। ଆୟୋଜନରେ ଆବଶ୍ୟକ ବନ୍ଦୋବସ୍ତ ହୋଇ ନ ଥିବାରୁ ଉଦ୍‌ଘାଟନ ପରେ ପବନ ଓ ବର୍ଷା ଯୋଗୁଁ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହୋଇଛି।

Exit mobile version