Site icon ଆଜିକାଲି

ରାଷ୍ଟ୍ରୀୟ ଏକତା ଦିବସ ପାଳନ କଲା କେନ୍ଦୁଝର ମହିଳା ମହାବିଦ୍ୟାଳୟ

କେନ୍ଦୁଝର, କେନ୍ଦୁଝର ମହିଳା ମହାବିଦ୍ୟାଳୟ ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଜି ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିଥିଲେ। ଏହି ଏକତା ଦିବସ ପାଇଁ ଏକ ପଦଯାତ୍ରା ମହାବିଦ୍ୟାଳୟ ପ୍ରାଙ୍ଗଣରୁ ବାହାରି ମାଣ୍ଡୁଆ ଛକ ପର୍ଯ୍ୟନ୍ତ ଜିବା ସହିତ ଏକତା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ଡ଼ଃ ପ୍ରଭାକର ନାଏକ ଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଥିଲା । ଡ଼ଃ ସୁଷମା ନାୟକ, ଅଧ୍ୟାପକ ଡ଼ଃ ହରପ୍ରସାଦ ମାଝୀ,ଡ଼ଃ ସୂର୍ଯ୍ୟକାନ୍ତ ନାଏକ,ଡ଼ଃ ଧରମାବି ମୋହନ ସିଂ, ଡ଼ଃ ଋଷିନାଥ ନାୟକ, ଡ଼ଃ ମୋନାଲିସା ଦାସ, ଗୀତାଞ୍ଜଳୀ ନାୟକ, ରାଜଳଷ୍ମୀ ମହାନ୍ତି, ଦେବାନନ୍ଦ ମଲ୍ଲିକ ତଥା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ ରେ ଏହି ଏକତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Exit mobile version