Site icon ଆଜିକାଲି

ଦୀପାଳିଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ, ଝାରସୁଗୁଡ଼ା ବାସୀଙ୍କୁ କୃତଜ୍ଞତା ଜ୍ଞାପନ

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଫୋନ ଯୋଗେ ଦୀପାଳିଙ୍କ ସହ କଥାବାର୍ତ୍ତା ହୋଇ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବିଜୟ ସହ ଝାରସୁଗୁଡାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୀପାଳିଙ୍କୁ ପରାମର୍ଶ ଦେଇଛନ୍ତି । ବିଜେଡି ପ୍ରାର୍ଥିଙ୍କୁ ବିପୁଳ ଭୋଟରେ ବିଜୟ କରାଇଥିବାରୁ ଝାରସୁଗୁଡାବାସୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।

Exit mobile version