Site icon ଆଜିକାଲି

ସୁଇସ ଓପନ ବ୍ୟାଡମିଣ୍ଟନରେ ଚାମ୍ପିଅନ ହୋଇଥିବା ଭାରତୀୟ ଡବଲସ ଯୋଡ଼ିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ସମ୍ମାନଜନକ ସୁଇସ ଓପନ ସୁପର ୩୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଯୁଗଳ ବିଭାଗରେ ଚାମ୍ପିଅନ ହୋଇଥିବା ଭାରତର ସାତ୍ତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନେ ଏଭଳି ବିଜୟ ଧାରା ଜାରି ରଖି ଦେଶ ପାଇଁ ଆହୁରି ସମ୍ମାନ ଆଣନ୍ତୁ ବୋଲି ଶୁଭେଚ୍ଛା ଜଣାଇ କହିଛନ୍ତି ମୁଖ୍ୟମନ୍ତ୍ରୀ। ଭାରତୀୟ ଯୋଡ଼ି ଚୀନ ଯୋଡ଼ିଙ୍କୁ ଫାଇନାଲରେ ମାତ ଦେଇ ଚାମ୍ପିଅନ ହୋଇଛନ୍ତି।

Exit mobile version