Site icon ଆଜିକାଲି

ପୁରୀରେ ନବୀନ ଓଡ଼ିଶା ଓ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ, ମହାପ୍ରଭୁଙ୍କୁ ଦର୍ଶନ ସହ କଲେ ଆଶିଷ ଲାଭ

ପୁରୀ : ପୁରୀ ଗସ୍ତରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସୋମବାର ଭୋରୁ ଭୋରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ପରେ ଯାତ୍ରୀ ପରିକ୍ରମା ମାର୍ଗର ସମୀକ୍ଷା କଲେ। ମୀକ୍ଷା ବୈଠକରେ ପାଣ୍ଡିଆନଙ୍କ ସହ ଜିଲାପାଳ ସମର୍ଥ ବର୍ମା, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଏସପି ଡଃ କନୱର ବିଶାଳ ସିଂଙ୍କ ସହ ଟାଟା ଏବଂ ଓବିସିସି ଅଧିକାରୀ ଉପସ୍ଥିତ ରହିଛନ୍ତି ।

ବିଜେଡିରେ ଯୋଗଦାନ ଚର୍ଚ୍ଚା ଭିତରେ ପୁରୀରେ ପହଞ୍ଚିଛନ୍ତି ଭି.କେ ପାଣ୍ଡିଆନ୍। ବିଜେଡିରେ ଯୋଗଦାନ ପାଇଁ ବିଜେଡି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ କି ପାଣ୍ଡିଆନ ବି ନିଜେ ତାହା ସ୍ପଷ୍ଟ କରିନାହାନ୍ତି । ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ପାଣ୍ଡିଆନ ବିଜେଡିରେ ଯୋଗଦାନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

Exit mobile version