Site icon ଆଜିକାଲି

ବିଜେଡିର ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମ ପର୍ଯ୍ୟାୟରେ ୯ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ମଧ୍ୟ ଦୁଇଟି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ। ହିଞ୍ଜିଳି ସହ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢିବେ।

କଣ୍ଟାବାଞ୍ଜି- ନବୀନ ପଟ୍ଟନାୟକ
ଅନୁଗୁଳ- ସଂଯୁକ୍ତା ସିଂହ
ନିମାପଡ଼ା- ଦିଲୀପ ନାୟକ
ସାନଖେମୁଣ୍ଡି- ସୁଲକ୍ଷଣା ଗୀତାଞ୍ଜଳି ଦେବୀ
ଜୟପୁର- ଇନ୍ଦିରା ନନ୍ଦ
ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ
ପଦ୍ମପୁର- ବର୍ଷା ସିଂ ବରିହା
କୁଚିଣ୍ଡା- ରାଜେନ୍ଦ୍ର ଛତ୍ରିଆ
ଦେବଗଡ଼- ଅରୁନ୍ଧତି ଦେବୀ

ଅନ୍ୟପଟେ ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି। ପୂର୍ବରୁ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଓ ରେଢ଼ାଖୋଲରୁ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଥିବା ବେଳେ ଆଜି ସେଥିରେ ପରିବର୍ତ୍ତନ କରାଯାଇ ରେଢ଼ାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ବିଜେଡି।

Exit mobile version