Site icon ଆଜିକାଲି

ନଭେମ୍ବର ୪ରେ ନବୀନ-ମମତା ଭେଟଘାଟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନଭେମ୍ବର ୪ ତାରିଖରେ ଦୁଇଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଗସ୍ତରେ ଯିବାର ସମ୍ଭାବନା ରହିଛି । ଏହି ଗସ୍ତ ସମୟରେ ଶ୍ରୀ ପଟ୍ଟନାୟକ ପୂର୍ବାଂଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀ ପଟ୍ଟନାୟକଙ୍କ ପଶ୍ଚିମବଙ୍ଗକୁ ଏହା ପ୍ରଥମ ସରକାରୀ ଗସ୍ତ ହେବ ।

ସୂଚନା ଯେ, ଆସନ୍ତା ନଭେମ୍ବର ୫ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ କୋଲକାତାସ୍ଥିତ ରାଜ୍ୟ ସଚିବାଳୟ(ନବାନ୍ନା)ରେ ପୂବାଂଚଳ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମମତା ବାନାର୍ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଯୋଗ ଦେବାର ସମ୍ଭାବନା ଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅବଗତ କରାଯାଇନଥିବା ଜଣାପଡ଼ିଛି ।

Exit mobile version