Site icon ଆଜିକାଲି

କୋରାପୁଟ ନିର୍ବାଚନୀ ସଭାରେ ବିରୋଧୀଙ୍କୁ ନବୀନଙ୍କ ଜୋରଦାର ଟାର୍ଗେଟ : କହିଲେ ବିରୋଧୀ କାନ୍ଦୁଛଝ୍ତି କୁମାର କାନ୍ଦଣା

ଭୁବନେଶ୍ୱର – ଆଜି ଦକ୍ଷିଣ ଓଡ଼ିଶାରେ ମାରାଥନ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ସେ କୋରାପୁଟରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟର ବିକାଶ ପ୍ରସଙ୍ଗରେ ବିରୋଧୀ ଦଳ ମିଛ କଥା କହୁଛନ୍ତି ବୋଲି ନବୀନ ଅଭିଯୋଗ କରିଛନ୍ତି । ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କୋରାପୁଟର ଓଏମପି ପଡ଼ିଆରେ ଆୟୋଜିତ ବିଜେଡିର ସାଧାରଣ ସଭାକୁ ସମ୍ବୋଧନ କରି ବିଏସକେୱ।ଇ ଯୋଜନା ଭଲ ହେଉଛି କି ନାହିଁ ଲୋକଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ ଲକ୍ଷ୍ମୀ ବସ୍‌ ଓ କାଳିଆ ଯୋଜନା ଭଲ ଲାଗୁଛି କି ନାହିଁ ମଧ୍ୟ ଲୋକଙ୍କୁ ପଚାରି ଥିଲେ ନବୀନ। ଚଳିତ ନିର୍ବାଚନରେ ତାଙ୍କୁ ଆଶୀର୍ବାଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି ନବୀନ । ଏହି ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଯୋଗ ଦେଇଥିଲେ।

FacebookTwitterLinkedinWhatsapp
Exit mobile version