Site icon ଆଜିକାଲି

ଆଜି ଭୁବନେଶ୍ବରରେ ହେବ ନବୀନଙ୍କ ବିଶାଳ ରୋଡ ଶୋ’

ଭୁବନେଶ୍ବର : ଆଜି ଭୁବନେଶ୍ବରରେ ହେବ ନବୀନ ଶୋ । ବିଶାଳ ରୋଡ ଶୋ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ରୋଡ ଶୋ ଗଙ୍ଗନଗର ଛକରୁ ଆରମ୍ଭ ହୋଇ ଶିଶୁଭବନ ଛକରେ ଶେଷ ହେବ । ସନ୍ଧ୍ଯା ସାଢେ ୬ଟାରେ ୟୁନିଟ-୬ ଗଙ୍ଗନଗର ଛକରୁ ମୁଖ୍ଯମନ୍ତ୍ରୀଙ୍କ ରୋଡ୍ ଶୋ’ ଆରମ୍ଭ ହେବ । ପ୍ରାୟ ଘଣ୍ଟାଏ ଚାଲିବାକୁ ଥିବା ହାଇଭୋଲଟେଜ ରୋଡ ଶୋରେ ନବୀନ ୮ଟି ସ୍ଥାନରେ ଉଦବୋଧନ ଦେବା କାର୍ଯ୍ଯକ୍ରମ ରହିଛି । ଶୋଭାଯାତ୍ରା ଆରମ୍ଭ ପୂର୍ବରୁ ନବୀନ ପ୍ରଥମେ ଗଙ୍ଗନଗର ଛକରେ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ଏଲଆଇସି ଛକ ଦେଇ ଗୋପବନ୍ଧୁ ଛକରେ ପହଞ୍ଚିବେ । ଯୁନିଟ-୮ ଡିଏଭି ସ୍କୁଲ ନିକଟରେ ପହଞ୍ଚି ସାଧାରଣ ଲୋକଙ୍କ ଉଦ୍ଦେଶ୍ଯରେ ଉଦବୋଧନ ଦେବେ । ସେଠାରୁ ବାହାରି ଏଚଡିଏଫସି ଛକ, ବାଲୁଙ୍କେଶ୍ବର ମନ୍ଦିର, ମମତାଜ ଅଲ୍ଲୀ ସ୍କୁଲ ଦେଇ ଶ୍ରୀକୃଷ୍ଣ କ୍ଲବ ନିକଟରେ ପହଞ୍ଚିବେ ।

ଏଠାରେ ମଧ୍ଯ ମୁଖ୍ଯମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ କଳିଙ୍ଗ ଷ୍ଟାଡିୟମ ଛକ ଓ ନିକୋପାର୍କ ଛକ ଦେଇ ବାୟାବାବା ମଠ ରାସ୍ତା ନିକଟରେ ନବୀନଙ୍କ ରୋଡ୍ ଶୋ ପହଞ୍ଚିବ । ସେଠାରେ ମୁଖ୍ଯମନ୍ତ୍ରୀ ଅଭିଭାଷଣ ରଖି ରୂପାଲି ଛକ ଦେଇ ସତ୍ଯନଗର ନିକଟକୁ ଯିବେ । ସେଠାରେ ମଧ୍ଯ ଉପସ୍ଥିତ ଜନସଧାରଣଙ୍କୁ ସମ୍ବୋଧିତ କରିବେ । ପରେ ଶ୍ରୀୟା ଛକ, ରାଜମହଲ, ମାଷ୍ଟରକ୍ଯାଣ୍ଟିନ ଦେଇ ସନ୍ଧ୍ଯା ସାଢେ ୭ଟାରେ ଶିଶୁଭବନ ଛକରେ ପହଞ୍ଚିବେ । । ରୋଡ ଶୋରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ରୋଡ ଶୋ ପାଇଁ ଦଳୀୟ ନେତା ଓ କର୍ମୀ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ପ୍ରାୟ ଏକ ଘଣ୍ଟା ଧରି ମୁଖ୍ଯମନ୍ତ୍ରୀଙ୍କ ରୋଡ ଶୋ ଚାଲିବାକୁ ଥିବାବେଳେ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି । କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ଯବସ୍ଥା ଦାୟିତ୍ବରେ ରହିବେ। ରୋଡ ଶୋ ଦୁଇ ପାର୍ଶ୍ଵରେ ଥିବା କୋଠାମାନଙ୍କରେ ବି ସୁରକ୍ଷା କର୍ମୀ ନିୟୋଜିତ ହେବେ ।

Exit mobile version