Site icon ଆଜିକାଲି

୫୫ ନମ୍ବର ଜାତୀୟ ରାଜପଥ କାମ ତୁରନ୍ତ ସାରିବାକୁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ବର : କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ୨୦୧୭ରୁ ୫୫ ନମ୍ବର ଜାତୀୟ ରାଜପଥର କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି। ହେଲେ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏ କାର୍ଯ୍ୟ ସରୁନି। ଜାତୀୟ ରାଜପଥ ୫୫ ପଶ୍ଚିମ ଓଡ଼ିଶାର ଜୀବନରେଖା। ଲକ୍ଷ ଲକ୍ଷ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଦୁଇ ବର୍ଷ ମଧ୍ୟରେ ଏହି ଜାତୀୟ ରାଜପଥରେ ୩୯୯ଟି ଦୁର୍ଘଟଣା ଘଟିଛି। ସେଥିରେ ୧୯୬ ଜଣଙ୍କର ଜୀବନ ଯାଇଛି।

ଏହି କାରଣରୁ କଟକ-ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ନମ୍ବର ୫୫ର ନିର୍ମାଣ କାମରେ ହସ୍ତକ୍ଷେପ କରି ଏ ରାସ୍ତା କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଅନୁରୋଧ କରିଛନ୍ତି।

Exit mobile version