Site icon ଆଜିକାଲି

ଜାତୀୟ ସ୍ତରୀୟ ଏନ୍.ସି.ସି. ଟ୍ରେକିଂ କ୍ୟାମ୍ପ ରେ ଏନ୍.ସି.ସି. ଶିକ୍ଷକ ବିଜୟ କୁମାର ବେହେରା ସମ୍ମାନିତ


କେନ୍ଦୁଝର, କେରଳ ଆରିପ୍ପା ଜିଲ୍ଲାର କୁଲାଥୁପୁଜା ଠାରେ ୯ କେରଳ ଏନ୍.ସି.ସି. ବାଟାଲିୟନ ଦ୍ଵାରା ଆୟୋଜିତ ଜାତୀୟ ସ୍ତରୀୟ ଏନ୍.ସି.ସି. ଟ୍ରେକିଂ କ୍ୟାମ୍ପ ଡ଼ିସେମ୍ବର ୨୩ ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।ଏହି ଜାତୀୟ ସ୍ତରୀୟ କ୍ୟାମ୍ପ ରେ ଓଡ଼ିଶା,ଉତ୍ତରପ୍ରଦେଶ,କେରଳ, ତାମିଲନାଡୁ ରାଜ୍ୟରୁ ୫୧୦ ଜଣ କ୍ୟାଡେଟ ଅଂଶ ଗ୍ରହଣ କରିଥିଲେ।ପ୍ରତିଦିନ ୧୫ ରୁ ୨୦ କି.ମି. ଜଙ୍ଗଲ ମଧ୍ୟରେ ଟ୍ରେକିଂ କରି ବିଭିନ୍ନ ଔଷଧୀୟ ବୃକ୍ଷ,ଜୀବଜନ୍ତୁ,ପ୍ରତିକୂଳ ପରିସ୍ଥିତିରେ କିପରି ନିଜକୁ ଖାପ ଖୁଆଇ ପାରିବେ ସେ ସମ୍ବନ୍ଧରେ ଜୀବନ କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା।୧୪ ଓଡ଼ିଶା ବାଟାଲିୟନ କେନ୍ଦୁଝର ତରଫରୁ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟର ଏନ୍.ସି.ସି. ଅଫିସର ଲେଫ୍ଟନାଣ୍ଟ ସତ୍ୟବ୍ରତ ପତି,ପତିତପାବନ ମହାବିଦ୍ୟାଳୟ ର ଏନ୍.ସି.ସି. ଅଫିସର ଲେଫ୍ଟନାଣ୍ଟ ଜୟଦେବ ଦାଶ,ଏନ୍.ଏସ୍. ପୋଲିସ ହାଇସ୍କୁଲ ର ଏନ୍.ସି.ସି. ଅଫିସର ବିଜୟ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ରୁ ୯୫ ଜଣ କ୍ୟାଡେଟ ଅଂଶ ଗ୍ରହଣ କରି ଏହି ଜାତୀୟ ସ୍ତରୀୟ କ୍ୟାମ୍ପ ରେ ସଫଳତା ହାସଲ କରିଛନ୍ତି।ଉଦଯାପନୀ ଉତ୍ସବରେ ୯ କେରଳ ବାଟାଲିୟନର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ବିନୋଦ କୁମାର କେ. ଏସ୍ ନରସିଂହ ସ୍ୱାଇଁ ପୋଲିସ ହାଇସ୍କୁଲ ର ଏନ୍.ସି.ସି. ଶିକ୍ଷକ ବିଜୟ କୁମାର ବେହେରାଙ୍କୁ କ୍ୟାମ୍ପ ରେ ଉତ୍କର୍ଷତା ପାଇଁ ସ୍ବତନ୍ତ୍ର ଭାବେ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ।ତଦ ସହିତ ଏନ୍.ଏସ୍.ପୋଲିସ ହାଇସ୍କୁଲର କ୍ୟାଡେଟ ଶୁଭମ ମହାରଣା ଏକକ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଜାତୀୟ ସ୍ତରରେ କେନ୍ଦୁଝର ଜିଲ୍ଲା ପାଇଁ ସଫଳତା ଆଣି ଥିବାରୁ ଶ୍ରୀ ବେହେରା ୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି. କେନ୍ଦୁଝର ର କମାଣ୍ଡିଂ ଅଫିସର କର୍ଣ୍ଣେଲ ଏମ୍. ଚନ୍ଦ୍ର ଶେଖର ରାଓ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଥିବାରୁ ଏନ୍.ଏସ୍.ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ ସାଧୁବାଦ ଜଣାଇଛନ୍ତି।

Exit mobile version