Site icon ଆଜିକାଲି

ଏନ୍.ସି.ସି. ପ୍ରଶିକ୍ଷଣରେ ଭାଗ ନେଲେ ୬୦୦ କ୍ୟାଡେଟ


କେନ୍ଦୁଝର, (ନିପ୍ର) ସ୍ଥାନୀୟ ଓ.ଏସ୍.ଏ.ପି ବାଟାଲିୟନ ପରିସରରେ ୧୪ ଓଡ଼ିଶା ବାଟାଲିୟନ ପକ୍ଷରୁ ଆୟୋଜିତ ପ୍ରଥମ ପର୍ଯ୍ୟାୟ ୧୦ ଦିନିଆ ଏନ୍.ସି.ସି. ପ୍ରଶିକ୍ଷଣ ଶିବିର ବୁଧବାର ଉଦଯାପିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଡାକ୍ତର ପି.କେ. ନାୟକ,ରଜନୀ ସିଂହ, ଅବସର ପ୍ରାପ୍ତ ସେନା ଅଧିକାରୀ ବଳଭଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଏନ୍.ସି.ସି. କ୍ୟାଡେଟ ମାନଙ୍କୁ ଉତ୍ସାହିତ କରିଥିଲେ।ଗତ ମେ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୬୦୦ କ୍ୟାଡେଟ ଯୋଗ ଦେଇ ଶାରୀରିକ ଶିକ୍ଷା,ଡ୍ରିଲ, ମ୍ୟାପ୍ ରିଡ଼ିଂ,ଜାତୀୟ ସଂହତି,ସ୍ଵାସ୍ଥ୍ୟ ସୁରକ୍ଷା,ପ୍ରାଥମିକ ଚିକିତ୍ସା,ବିପର୍ଯ୍ୟୟ ପରିଚାଳନା,ଦକ୍ଷତା ବିକାଶ ଓ ଫାୟାରିଂ ଆଦି ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ଏମ୍.ଚନ୍ଦ୍ର ଶେଖର ରାଓ ଙ୍କ ନେତୃତ୍ବରେ ୭ଜଣ ଏଏନ୍ଓ,୬ ଜଣ ଜେସିଓ କ୍ୟାଡେଟ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କ୍ୟାଡେଟ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ।

Exit mobile version