Site icon ଆଜିକାଲି

ଆଜିଠୁ ୩୧ ଯାଏଁ ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ଏନଇଇଟି ଓ ଜେଇଇ କୋଚିଂ, ଟାଇମ ଟେବୁଲ୍ ଜାରି

ଭୁବନେଶ୍ବର – ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆଜି ଠାରୁ ଆସନ୍ତା ୩୧ ତାରିଖ ଯାଏଁ ଏନ୍ଇଇଟି ଓ ଜେଇଇ କୋଚିଂ ଦିଆଯିବ । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଟାଇମ ଟେବୁଲ ଜାରି କରାଯାଇଛି।

ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନରେ ରେଗୁଲାର କୋଚିଂ ଦିଆଯିବ । ସକାଳ ୮ଟା ୩୦ରୁ ୧୦ଟା ଯାଏଁ ଦିଆଯିବ ଏନ୍ଇଇଟି କୋଚିଂ । ସେହିପରି ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ଯାଏଁ ଦିଆଯିବ ଜେଇଇ କୋଚିଂ । ବିଶେଷଜ୍ଞମାନେ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ କୋଚିଂ ଦେବେ ।

ଅନଲାଇନ କୋଚିଂ ବ୍ୟବସ୍ଥା କରିବାକୁ ସିଏଚଏସଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ନିଟ ଓ ଜେଇଇ କୋଚିଂ ଦିଆଯିବା ନେଇ ସିଏଚଏସଇ ପକ୍ଷରୁ ନିର୍ଦେଶ ଦିଆଯାଇଛି। ୪୦ରୁ ୫୦ ଛାତ୍ରଛାତ୍ରୀଙ୍କ ଲାଗି ଜଣେ ପରାମର୍ଶଦାତା ଶିକ୍ଷକ ଗାଇଡ୍ କରିବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଦକ୍ଷତା ବୃଦ୍ଧି ଲାଗି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏହି ବ୍ୟବସ୍ଥା କରିଛି ।

Exit mobile version