Site icon ଆଜିକାଲି

ଏପ୍ରିଲ୍‌ରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ : ବୋର୍ଡ

କଟକ : ଏପ୍ରିଲ୍‌ରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । ହାଇସ୍କୁଲ ପାଠ୍ୟକ୍ରମରେ ଆସନ୍ତା ଏପ୍ରିଲରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ୨୦୨୨-୨୩ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ପ୍ରଚଳିତ ହୋଇଛି, ତାହା ନୂତନ ଶିକ୍ଷାବର୍ଷ (୨୦୨୩-୨୪)ରେ ମଧ୍ୟ ପ୍ରଚଳିତ ହେବ। ନୂତନ ଶିକ୍ଷାବ‌ର୍ଷ (୨୦୨୩-୨୪)ରେ ମୂଲ୍ୟାୟନ ଶୈଳୀ ଚଳିତ ବ‌ର୍ଷର ମୂଲ୍ୟାୟନ ଶୈଳୀ ସଦୃଶ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ ବହିରେ ଷ୍ଟାର୍‌ ମାର୍କ ଚିହ୍ନିତ ବିଷୟ ପଢ଼ାଯାଉ ନଥିବା ତଥା ପରୀକ୍ଷାରେ ପଡ଼ୁ ନଥିବା ବେଳେ ନୂଆ ଶିକ୍ଷାବର୍ଷ(୨୦୨୩-୨୪)ରେ ସେହି ଷ୍ଟାର ଚିହ୍ନିତ ବିଷୟ ପଢ଼ାଯିବ ଓ ଏଥିରୁ ପରୀକ୍ଷାରେ ପ୍ରଶ୍ନ ଆସିବ ବୋଲି ବୋର୍ଡ ପକ୍ଷରୁ କୁହାଯାଉଛି। ନବମ ଶ୍ରେଣୀରେ ନୂଆ କରି ଆରମ୍ଭ ହୋଇଥିବା ଆସ୍ପିରେସ୍‌ନାଲ୍‌ କମ୍ପୋନେଟ୍‌ସ ନୂଆ ଶିକ୍ଷାବର୍ଷରେ ଉଭୟ ମାଟ୍ରିକ୍, ମଧ୍ୟମାରେ ପ୍ରଚଳିତ ହେବ। ଏ ସଂକ୍ରାନ୍ତରେ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ସମସ୍ତ ସୂଚନା ଦିଆଯାଇଛି। ଚଳିତ ବର୍ଷ ଯେଉଁ ଭଳି ପ୍ରଶ୍ନପତ୍ର ଓ ପରୀକ୍ଷା ଶୈଳୀ ପ୍ରଚଳିତ ହେଉଛି, ନୂଆ ଶିକ୍ଷାବର୍ଷରେ ପ୍ରଚଳିତ ହେବ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Exit mobile version