Site icon ଆଜିକାଲି

ନନ୍ଦନକାନନରେ ନୂଆ ଅତିଥି, ବାଘ ଛୁଆ ଜନ୍ମ ଦେଲା ମୌସୁମୀ

ଭୁବନେଶ୍ୱର : ନନ୍ଦନକାନନରେ ନୂଆ ଅତିଥି । ନନ୍ଦନକାନନରେ ଧଳା ବାଘୁଣୀ ମୌସୁମୀ ଜନ୍ମ ଦେଲା ବାଘ ଛୁଆ। ଉଭୟ ମା’ ମୌସୁମୀ ଓ ବାଘ ଛୁଆ ସୁସ୍ଥ ଅଛନ୍ତି। ସିସି ଟିଭିର ଦୁଇ ଜଣ ଯାକ ନଜରରେ ଅଛନ୍ତି। ମୌସୁମୀ ତାର ଛୁଆକୁ ଆଦର କରି ରଖିଛି।

ସୂଚନା ଯେ, ମୌସୁମୀର ବୟସ ୮ବର୍ଷ। ଗତ ୨୦୧୬ରେ ବାଘ ମନୀଷ ଓ ବାଘୁଣୀ ସ୍ନେହାଙ୍କ ମିଳନରେ ଜନ୍ମ ନେଇଥିଲା ମୌସୁମୀ। ବାଘୁଣୀ ମୌସୁମୀ ସହ ଅନେକ ବାଘଙ୍କ ମିଳନ ହୋଇଥିଲେ ସୁଦ୍ଧା ସନ୍ତାନ ପ୍ରାପ୍ତି ହୋଇପାରିନଥିଲା। ଶେଷରେ ବାଘ ରାଜେଶ ସହ ମିଳନ ହେବା ପରେ ବାଘୁଣୀ ମୌସୁମୀ ଛୁଆ ଜନ୍ମ କରିବାରେ ସକ୍ଷମ ହୋଇଛି ବୋଲି ନାନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି।

Exit mobile version