Site icon ଆଜିକାଲି

ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ୱର : ନନ୍ଦନକାନନକୁ ଆସିବେ ନୂଆ ଅତିଥି। ବାଘ ଦେଇ ଗିବନ୍‌ ଆଣିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀ ଉଦ୍ୟାନକୁ ଆସିବେ ଦୁଇଟି ବିରଳ ଉଲକ ଗିବନ ଓ ଚିତ୍ରା ବିରାଡ଼ି। ବଦଳରେ ଯିବେ ୨ ବାଘ ଓ ୩ କୁମ୍ଭୀର। ଅରୁଣାଚଳପ୍ରଦେଶ ଇଚ୍ଚାନଗର ପ୍ରାଣୀ ଉଦ୍ୟାନ ସହ ଏହି ହସ୍ତାନ୍ତର ପ୍ରକ୍ରିୟା ହେବ। ପ୍ରତି ବଦଳରେ ବାଘ ରକି ଓ ବାଘୁଣୀ ସୋହିନୀ ଏବଂ ୩ଟି ଘଡ଼ିଆଳ କୁମ୍ଭୀର ଦିଆଯିବ।

ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଛନ୍ତି। ଏମାନେ ଆଜି ନିଜ ସହ ବାଘ ଓ ଘଡ଼ିଆଳ ନେଇ ଯିବେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଛିନ୍ତି ସେଠାରୁ ୨ଟି ଗିବନ ଓ ଚିତ୍ରା ବିରାଡ଼ି ନେଇ ଆସିବେ।

Exit mobile version