Site icon ଆଜିକାଲି

ଭରତପୁର ଥାନାରେ ହୋମଯଜ୍ଞ କଲେ ନୂଆ ଆଇଆଇସି

ଭୁବନେଶ୍ୱର : ଭୁବନେଶ୍ୱର ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଥାନାରେ ଆଜି ହୋଇଛି ହୋମ-ଯଜ୍ଞ। ନୂଆ ଆଇଆଇସି ଭାବେ ଦୀପକ ଖଣ୍ଡାୟତ ରାୟ ଯୋଗ ଦେବା ପରେ ଥାନା ପରିସରରେ ପୂଜାପାଠ ଓ ହୋମଯଜ୍ଞ କରିଛନ୍ତି। ମାନସିକ ଶାନ୍ତି ପ୍ରତିଷ୍ଠା ପାଇଁ ଯଜ୍ଞ କରୁଥିବା ନୂଆ ଆଇଆଇସି କହିଛନ୍ତି।

ଦେଢ ଘଣ୍ଟାରୁ ଅଧିକ ସମୟ ହେବ ପୂଜାପାଠ କରିବା ସହ ଥାନା ଗେଟରେ ସମ୍ମୁଖରେ ଲଙ୍କାଲେମ୍ବୁ ଝୁଲାଇଛନ୍ତି। ତେବେ ଥାନା ପରିସରରେ ସିସିଟିଭ ଲଗାଯାଉଥିବା ଆଇଆଇସି ସୂଚନା ଦେଇଛନ୍ତି। ସେପଟେ ଭରତପୁର ମାମଲାରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ମେଜର ଓ ପୀଡିତାଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାରେ ବାରଣ କରାଯାଇଛି। ସମସ୍ତ ଥାନାରେ ସିସିଟିଭି ବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

FacebookTwitterLinkedinWhatsapp
Exit mobile version