Site icon ଆଜିକାଲି

ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ : ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଅବକାରୀ ତଥା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୁରୁବାର ଏ ନେଇ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର ରାଜ୍ୟରେ ଆଉ ନୂଆ ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଚୋରା ମଦ ବିକ୍ରି ବନ୍ଦ କରାଯିବାକୁ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ଯେଉଁ ମଦନୀତି ରହିଛି ତାହାକୁ ସାବଲୀଳ କରାଯିବ। ନୂଆ ମଦ ନୀତିରେ ଓଡ଼ିଶାରେ ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସୂଚନାଯୋଗ୍ୟ, ଓଡ଼ିଶାକୁ ମଦମୁକ୍ତ କରିବାକୁ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ପୂର୍ବରୁ ଦାବି କରିଆସୁଛନ୍ତି। ପୂର୍ବ ସରକାରରେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା​‌ବେଳେ ନୂଆ ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି ସଂଗଂନଗୁଡ଼ିକ ଆଶା ରଖିଥିଲେ।

Exit mobile version