
କେନ୍ଦୁଝର, (ନିପ୍ର) ଜିଲ୍ଲା ରେ ନୂତନ ଏସପି ଭାବେ ନିତିନ କୁଶଲକର ଆଜି ଯୋଗ ଦେଇଛନ୍ତି । ସର୍କିଟ ହାଉସ ରେ କେନ୍ଦୁଝର ପୋଲିସ ବିଭାଗପ କ୍ଷରୁ ଅତିରିକ୍ତ ଏସପି ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତକ ରିଥିଲେ ତାଙ୍କୁ। ପରେ ଜିଲା ପୋଲିସ ମୁଖ୍ୟାଳୟକୁ ଯାଇ କାର୍ଯ୍ୟରେ ଯୋଗ ଦେଇଥିଲେ ନୂତନ ଏସପି। ସେଠାରେ ଜିଲ୍ଲାର ସମୟ ପୋଲିସ ଅଧିକାରୀ ଉପସ୍ଥିତ ରହି ସ୍ବାଗତ କରିଥିଲେ। ବଲାଙ୍ଗୀର ରୁ ବଦଳି ହୋଇ ଗୁରୁବାର କେନ୍ଦୁଝର ଆସି କାର୍ଯ୍ୟରେ ଯୋଗ ଦେଇଛନ୍ତି ଶ୍ରୀଯୁକ୍ତ କୁଶଲକର।