Site icon ଆଜିକାଲି

ଆଜି ଲୋକାର୍ପିତ ହେବ ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟ

ଭୁବନେଶ୍ୱର : ଆଜି ଲୋକାର୍ପିତ ହେବ ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟ । ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟଙ୍କ ସମେତ ୩ହଜାର ନେତା ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଦଳର ଉପଦେଷ୍ଟା ଓ କମିଟି ଅଧ୍ୟକ୍ଷଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କ୍ୟାପିଟାଲ ହସ୍ପିଟାଲ ନିକଟରେ ଥିବା ବିଜେଡିର ପୁରୁଣା କାର୍ଯ୍ୟାଳୟରେ ନୂଆ କାର୍ୟ୍ୟାଳୟ ନିର୍ମାଣ ହୋଇଛି । ଗତ ୨୦୨୧ ରଥଯାତ୍ରା ବେଳେ ଏହାର ଭିତ୍ତିପ୍ରସ୍ତର ହୋଇଥିଲା । ଦୁଇବର୍ଷ ପରେ ଏବେ ନୂଆ ରୂପ ପାଇଛି । ଏଥିରେ ଓଡ଼ିଶା କଳା, ଭାସ୍କର୍ୟ୍ୟର ଛାପ ରହିଛି । ଏହାସହ ବେସମେଣ୍ଟରେ ବିଶାଳ ପାର୍କିଂ ସ୍ଥାନ ମଧ୍ୟ ରହିଛି । ବିଶେଷକରି କାର୍ୟ୍ୟାଳୟ ବାହାରେ ଡିଜିଟାଲ ଡିସପ୍ଲେରେ ବିଜେଡି ଇତିହାସ ପ୍ରଦର୍ଶିତ ହେବ । ସେହିପରି ନୂଆ କାର୍ଯ୍ୟାଳୟରେ ଶ୍ରୀଜିଉ ସ୍ଥାନ ପାଇଛନ୍ତି । ଯାହା ବେଶ ଆକୃଷ୍ଟ କରୁଛି ।

Exit mobile version