Site icon ଆଜିକାଲି

ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡ

ଭୁବନେଶ୍ୱର : ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ସନ୍ଦିଗ୍ଧ ଆତ୍ମହତ୍ୟା ମାମଲାରେ ଆସିଛି ନୂଆ ମୋଡ଼ । ଗାର୍ଲଫ୍ରେଣ୍ଡକୂ ଜେରା ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଆଜେକ୍ସଙ୍କ ଜୀବନରେ ଆଉ ଜଣେ ବାନ୍ଧବୀ ଥିଲେ ବୋଲି ଜଣାପଡିଛି । ଆଜେକ୍ସ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ ବାନ୍ଧବୀ । ସେ ଆଜେକ୍ସଙ୍କ ଦ୍ବିତୀୟ ବାନ୍ଧବୀଙ୍କ ସହିତ କଥା ହୋଇଥିଲେ । ଆଜେକ୍ସ ଓ ଦ୍ଵିତୀୟ ବାନ୍ଧବୀଙ୍କ ସହିତ କନଫରେନ୍ସ କଲରେ କଥା ହୋଇ ମୁଖା ଖୋଲିଥିଲେ ବାନ୍ଧବୀ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ମୃତ୍ୟୁର ତିନି ଦିନ ପୂର୍ବରୁ ଆଜେକ୍ସଙ୍କଠାରୁ ସହ ଦୂରେଇ ଯିବାକୁ କହିଥିଲେ ବାନ୍ଧବୀ । ଯାହାକୁ ନେଇ ମାନସିକ ଚାପରେ ଥାଇ ଆଜେକ୍ସ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ଆତ୍ମହତ୍ୟା ପୂର୍ବରୁ ପରସ୍ପର ପରସ୍ପରକୁ ସନ୍ଦେହ କରୁଥିଲେ । ଆଜେକ୍ସଙ୍କ ସମ୍ପର୍କରେ ଥିବା ଅନ୍ୟ ଜଣେ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରାଯିବ । ପୋଲିସ ହାତରେ କନଫରେନ୍ସ କଲ୍ ର ପ୍ରମାଣ ଲାଗିଛି । ସିଡିଆର, ଇନଷ୍ଟାଗ୍ରାମ ଓ ଯୁବତୀଙ୍କ ମୋବାଇଲକୁ ନେଇ ତନାଘନା କରୁଛି ପୋଲିସ । ଆଜେକ୍ସଙ୍କ ପରିବାର ଓ ଯୁବତୀଙ୍କ ବୟାନକୁ ନେଇ ତର୍ଜମା କରୁଛି ପୋଲିସ । ତେବେ ବ୍ଲାକମେଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାନ୍ଧବୀ ।

Exit mobile version