Site icon ଆଜିକାଲି

ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ମାଲକାନଗିରି : ପୁଣି ଅଲୋଡ଼ା ଶିଶୁକନ୍ୟା । ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେଲା ନବଜାତ । ମାଲକାନଗିରି ସଦର ମହକୁମାର ତଳସାହିଠାରେ ଏକ ଖତ ଗଦାରୁ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ ।

ଶିଶୁଟିକୁ କେହି ଜରି ବସ୍ତା ଭିତରେ ପୁରାଇ ଫିଙ୍ଗିଦେଇଥିଲେ । ଶନିବାର ଭୋର ସମୟରେ ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ପରେ ଜିଲା ଚାଇଲଡ ଲାଇନ ସଦସ୍ୟ ପହଂଚି ଶିଶୁକନ୍ୟାକୁ ନିଜ ହେପାଜତକୁ ନେଇଛନ୍ତି । ଏବେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥାର ଭଲ ଥିବା ସୂଚନା ମିଳିଛି।

Exit mobile version