Site icon ଆଜିକାଲି

ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନରେ ଟ୍ରେନ ବଗିରୁ ନବଜାତ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ଅଭାବନୀୟ ଘଟଣା । ଟ୍ରେନ ବଗିରୁ ଜଣେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରଶାନ୍ତି ଏକ୍ସପ୍ରେସର ଜେନେରାଲ ବଗିର ଏକ ଡଷ୍ଟବିନ୍‌ରୁ ଶିଶୁପୁତ୍ର ଉଦ୍ଧାର ହୋଇଛି। ନବଜାତକୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ଖବର ଦେଇଥିଲା ଆରପିଏଫ୍ । ପରେ ନବଜାତ ଶିଶୁକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି । ଶିଶୁଟିକୁ କିଏ ଓ କାହିଁକି ସେଠାରେ ଛାଡ଼ିଥିଲେ, ତାହା ଜଣାପଡ଼ିନାହିଁ।

Exit mobile version