Site icon ଆଜିକାଲି

ଆର୍ଥିକ ଅନଟନ ସାଜିଲା କାଳ, ନବଦମ୍ପତିଙ୍କ ଆତ୍ମହତ୍ୟା

ବାଲେଶ୍ୱର : କୀଟନାଶକ ପିଇ ନବଦମ୍ପତିଙ୍କ ଆତ୍ମହତ୍ୟା । ବିବାହକୁ ମାତ୍ର ୨ ମାସ । ଆର୍ଥିକ ଅନଟନ ସାଜିଲା କାଳ । ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲା ସଦର ଥାନାର ଚଷାଖଣ୍ଡ ପଞ୍ଚାୟତର ମଧୁପୁରା ଗ୍ରାମରେ ଘଟିଛି ।

ସୂଚନା ଯେ, ମଧୁପୁରା ଗ୍ରାମର ବିଭୂତି ଭୂଷଣ ଜେନାଙ୍କ ପୁଅ ହରିଶଙ୍କର ରାଜମିସ୍ତ୍ରୀ ଭାବରେ କାମ କରନ୍ତି । ଫେସବୁକ ଯୋଗେ କେନ୍ଦୁଝର ଆନନ୍ଦପୁରର ବେବିରାଣୀ ଜେନାଙ୍କ ସହ ତାଙ୍କର ପ୍ରେମ ହୋଇଥିଲା । ଗତ ୨ ମାସ ତଳେ ଉଭୟଙ୍କର ବିବାହ ହୋଇଥିଲା । ତେବେ କିଛିଦିନ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ହରିଶଙ୍କର ଆହତ ହେବାରୁ ଘରେ ରହି ଆସୁଥିଲେ । ଫଳରେ ଆର୍ଥିକ ଅନଟନ ଯୋଗୁଁ ନବଦମ୍ପତି ସବୁବେଳେ ମାନସିକ ଚାପରେ ରହୁଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଉଭୟ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ମେଡିକାଲକୁ ଅଣାଯାଇଥିଲା । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

Exit mobile version