Site icon ଆଜିକାଲି

ସମ୍ ହସ୍ପିଟାଲ ଦ୍ବିତୀୟ କ୍ୟାମ୍ପସ ନିର୍ମାଣ ଉପରେ ଏନ୍‌ଜିଟି ରହିତାଦେଶ

କଟକ : ପରିବେଶ ମଞ୍ଜୁରୀ ନଥାଇ ଭୁବନେଶ୍ବର ତହସିଲ ଅନ୍ତର୍ଗତ ନଖରା ଠାରେ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇ‌‌ନ୍ସେସ୍‌ ଆଣ୍ଡ ସମ୍ ହସ୍ପିଟାଲର ଦ୍ବିତୀୟ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ କରାଯାଉଥିବା ଅଭିଯୋଗ ମାମଲାରେ ଜାତୀୟ ସବୁଜ ନ୍ୟାୟାଧିକରଣ(ଏନ୍‌ଜିଟି) ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏନଜିଟି ପ୍ରତାପ ଚନ୍ଦ୍ର ମହାନ୍ତି ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହିତ ଏହି ପ୍ରକଳ୍ପ ନିର୍ମାଣ ଉପରେ ରହିତାଦେଶ ଜାରି କରିଛନ୍ତି ଏନ୍‌ଜିଟି ।

ମାମଲାରେ ଉଲ୍ଲେଖ କରାଯାଇଥିବା ଜମିରେ ଅନ୍ୟାଦେଶ ପର୍ଯ୍ୟନ୍ତ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଏନଜିଟି ରହିତାଦେଶ ଜାରି କରିଛନ୍ତି । କେନ୍ଦ୍ରାଞ୍ଚଳ ଆରଡିସି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଓ ଅନ୍ୟମାନଙ୍କୁ ଚାରି ସପ୍ତାହ ଭିତରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ଏନଜିଟି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧, ଜାନୁଆରି ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

Exit mobile version