Site icon ଆଜିକାଲି

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କାଶ୍ମୀରର ବହୁ ସ୍ଥାନରେ ଏନଆଇଏ ରେଡ୍



ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜାତୀୟ ଅନୁସନ୍ଧାନ ସଂସ୍ଥା (ଏନଆଇଏ) ମଙ୍ଗଳବାର କାଶ୍ମୀରର ଅନେକ ସ୍ଥାନରେ ଚଢାଉ କରିଛି। ଦକ୍ଷିଣ କାଶ୍ମୀରର ଅନନ୍ତନାଗ, ପୁଲୱାମା ଏବଂ ଶୋପିଆନ ଜିଲ୍ଲାର ବହୁ ସ୍ଥାନରେ ରେଡ୍ ହୋଇଛି ।

ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଏନଆଇଏ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଥିବା ଆବାସିକ ଘର ଉପରେ ଚଢାଉ କରିଥିଲେ। ଏହି କାର୍ଯ୍ୟାନୁଷ୍ଠାନରେ ଏନ୍ଆଇଏ ଟିମ୍ ସହ ପୋଲିସ ଏବଂ ସିଆରପିଏଫ୍ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି ।

ଆତଙ୍କବାଦ ପାଣ୍ଠି ସମ୍ପର୍କିତ ମାମଲାର ତଦନ୍ତର ଏକ ଅଂଶ ଭାବେ ତଦନ୍ତକାରୀ ସଂସ୍ଥା ଏହି ଚଢାଉ କରିଛି।

Exit mobile version