Site icon ଆଜିକାଲି

ରାତି ତାପମାତ୍ରା ବୃଦ୍ଧି, ରାଜ୍ୟର ବିଭିନ୍ନ ସ୍ଥାନରେ କମିଲା ଶୀତ

ଭୁବନେଶ୍ୱର : ରାଜ୍ୟରେ ରାତି ତାପମାତ୍ରା ବଢ଼ିଛି । ରାତ୍ରି ତାପମାତ୍ରା ବୃଦ୍ଧି ପାଇବା ସହ ବିଭିନ୍ନ ସ୍ଥାନରେ କମିଛି ଶୀତର ପ୍ରକୋପ । ରାଜ୍ୟରେ ୪- ୫ ଦିନ ଯାଏଁ ପାଗ ଖରାଟିଆ ରହିବ । ଓଡ଼ିଶା ଉପକୂଳ ଆଖପାଖ ଅଞ୍ଚଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ତାହାର ପ୍ରଭାବରେ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି ।

ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଅବପାତ ପ୍ରଭାବରେ ଶୁଷ୍କ ଓ ଥଣ୍ଡା ଉତ୍ତରା ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢିଥିଲା । ତେବେ ଶନିବାରଠାରୁ ରାତି ତାପମାତ୍ରା ବଢ଼ିବା ସହ ଳ ଶୀତର ପ୍ରକୋପ କମିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଆଗାମୀ ୨ ଦିନ ଯାଏଁ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି ।

Exit mobile version