Site icon ଆଜିକାଲି

କେନ୍ଦୁଝର ଜିଲ୍ଲାର ପାଇଁ ଗୌରବ ସାଜିଲେ ନିହାର, ସର୍ବ ଭାରତୀୟ ସ୍ତରରେ ୧୫ତମ ରେଙ୍କ୍ ରଖି ଉତ୍ତୀର୍ଣ୍ଣ ହେଲେ ନିହାର

କେନ୍ଦୁଝର,୧୫/୦୩ କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷା ର ଗୁରୁବାର ବାହାରିଥିବା ପରୀକ୍ଷା ଫଳ ଅନୁସାରେ କେନ୍ଦୁଝର ଜିଲା ପାଇଁ ଗୌରବ ଆଣିଛନ୍ତି ନିହାର ମିଶ୍ର। ସେ ପନ୍ଦର ତମ ରେଙ୍କ୍ ରଖି ଭୁତତ୍ୱ ଜଳବିଜ୍ଞାନୀ ଭାବେ କୃତକାର୍ଯ୍ୟ ହୋଇଛନ୍ତି। ଜ୍ୟୋତିପୁର ହାଇସ୍କୁଲରୁ ମେଟ୍ରିକ ପାସ କରିବା ପରେ ଶ୍ରୀ ମିଶ୍ର ସୁନ୍ଦରଗଡ଼ ମହାବିଦ୍ୟାଳୟରୁ ଭୁତତ୍ୱ ବିଜ୍ଞାନରେ ସ୍ନାତକ ପାସ କରିବା ପରେ, ବନାରସ ହିନ୍ଦୁ ୟୁନିଭରସିଟିରେ ସ୍ନାତକୋତ୍ତର ଓ ପରେ କାନପୁର ଆଇଆଇଟି କାନପୁର ରେ ସେ ଏମଟେକ କରିଥିଲେ । ଶ୍ରୀ ନିହାର ମିଶ୍ର ପିଲାବେଳୁ ଖୁବ ମେଧାବୀ ଥିବା ବେଳେ ଶିକ୍ଷକ ଓ ଗୁରୁଜନଙ୍କ ପ୍ରିୟ ଛାତ୍ର ଭାବେ ପରିଚିତ ଥିଲେ। ସେ ନିଜ ପାଠପଢ଼ା କ୍ୟାରିୟର ଭିତରେ ସବୁ ସମୟରେ ଖୁବ ଭଲ ପାଠପଢିବା ସହ ଅନେକ ପୁରସ୍କାର ଓ ଶିକ୍ଷାବୃତ୍ତି ହାସଲ କରିଥିଲେ। ସେ ସର୍ବଭାରତୀୟ ସ୍ତରରେ ରେଙ୍କ୍ ରଖି କେନ୍ଦୁଝର ଜିଲା ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି। ନିହାର ଙ୍କ ବାପା ଉମେଶ ଚନ୍ଦ୍ର ମିଶ୍ର ଜଣେ କୃଷି ଅଧିକାରୀ ଭାବେ କେନ୍ଦୁଝର ଜିଲାରେ କୃଷିକ୍ଷେତ୍ରରେ ଚାଷୀଙ୍କ ମଧ୍ୟରେ ବେଶ ପରିଚିତ ଥିବା ବେଳେ। ମାଆ କଳ୍ପନା ମିଶ୍ର ଜଣେ ସୁନାମଧନ୍ୟ ଶିକ୍ଷୟତ୍ରୀ ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି।

Exit mobile version