Site icon ଆଜିକାଲି

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ନୀଳଗିରି : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ଛାଡିଲେ ଇଂ. ସୁକାନ୍ତ ନାୟକ । ଶୁକ୍ରବାର ନୀଳଗିରି ବିଧାୟକ ଇଂ ନାୟକ ନୀଳଗିରି କାର୍ଯ୍ଯାଳୟରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ଭାଜପାରୁ ଇସ୍ତଫା ଦେଇଥିବାର ସୂଚନା ଦେଇଛନ୍ତି । ଏହା ସହ ସେ ତାଙ୍କ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ବିଜେପି ସଭାପତି ମନମୋହନ ସାମଲଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି।

ଭାଜପା ଛାଡ଼ିବା ପରେ ନାୟକ କେଉଁ ଦଳରେ ଯୋଗଦେବେ ଏନେଇ ସେ ମୁହଁ ଖୋଲିନାହାନ୍ତି। ବିଧାୟକ ନାୟକ ବିଜେଡିରେ ଯୋଗଦାନ ନିଷ୍ପତ୍ତି ନେଇପାରନ୍ତି ବୋଲି ତାଙ୍କ ନିକଟତମ ସହଯୋଗୀଙ୍କ ପାଖରୁ ଶୁଣିବାକୁ ମିଳୁଛି। ସୁକାନ୍ତ ଭାଜପା ଛାଡ଼ିବା ସଂକ୍ରାନ୍ତରେ ଗତ କିଛିଦିନ ହେବ ଆଭାସ ମିଳିଥିଲା। ତାଙ୍କୁ ଭାଜପା ଦଳରେ ଅଣଦେଖା ପ୍ରମୁଖ ବିଷୟ ହୋଇଥିବା କୁହାଯାଉଛି।

Exit mobile version