Site icon ଆଜିକାଲି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ହେବ ଅଭ୍ୟର୍ଥନା କେନ୍ଦ୍ର, ଏନଏମଏ ପକ୍ଷରୁ ମିଳିଲା ଏନଓସି

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିୟନ୍ତ୍ରିତ ଅଂଚଳରେ କୋଠା ନିର୍ମାଣ ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ-ଏନଏମଏ ଏନଓସି ପ୍ରଦାନ କରିଛି । ତିନି ମହଲା ରିସେପସେନ ସେଣ୍ଟର ନିର୍ମାଣ ପାଇଁ ଅନୁମତି ଦେଇଛି ଏନଏମଏ। ରାଜ୍ୟ ସଂସ୍କୃତି ବିଭାଗକୁ ଏହି ଏନଓସି ପଠାଇଛି ଏନଏମଏ । ଶ୍ରୀମନ୍ଦିର ପ୍ରଶାସନକୁ ତିନି ମହଲା କୋଠା ନିର୍ମାଣ ପାଇଁ ଅନୁମତି ମିଳିଥିବା ବେଳେ ସେହି କୋଠାରେ ଭକ୍ତଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର ଓ ଅନ୍ୟାନ୍ୟ ସୁବିଧା ରହିବ । ଏପ୍ରିଲ ୨୫ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ଏନଓସି ଦିଆଯାଇଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ ପରିକ୍ରମା ପ୍ରକଳ୍ପ ମଧ୍ୟରେ ୨୦ରୁ ଅଧିକ ମଠର ପୁନରୁଦ୍ଧାର ପାଇଁ ମଧ୍ୟ ଏନଓଏସି ମିଳିଛି ।

Exit mobile version