Site icon ଆଜିକାଲି

୨୦୨୨-୨୩ ଶିକ୍ଷାବର୍ଷରୁ କେନ୍ଦୁଝର ମେଡିକାଲ କଲେଜରେ ନାମଲେଖା ପାଇଁ ଏନଏମସିର ଅନୁମତି

କେନ୍ଦୁଝର : କେନ୍ଦୁଝରରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୦୨୩ ଶିକ୍ଷା ବର୍ଷରୁ ନାମଲେଖା ନିମନ୍ତେ ନ୍ୟାସନାଲ ମେଡିକାଲ କମିଶନ ପକ୍ଷରୁ ଅନୁମତି ମିଳିଛି । ଅନୁମତି ଅନୁସାରେ ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧୀନରେ କେନ୍ଦୁଝର ମେଡିକାଲ କଲେଜ ପରିଚାଳିତ ହେବ । ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲାରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଜିଲା ଖଣିଜ ପାଣ୍ଠିର ୪୦୦ କୋଟି ଅନୁଦାନରେ ଏହି କଲେଜର ନିର୍ମାଣ ହୋଇଛି ।

Exit mobile version