Site icon ଆଜିକାଲି

ବାତ୍ୟା ନେଇ କିଛି ଆକଳନ କରାଯାଇନି : ଆଇଏମଡି ଡିଜି

ଭୁବନେଶ୍ୱର : ବାତ୍ୟା ପ୍ରବଣ ମାସ ହେଉଛି ଅକ୍ଟୋବର। ପ୍ରାୟତଃ ପ୍ରତିବର୍ଷ ଏହି ମାସରେ ଓଡ଼ିଶାକୁ ବାତ୍ୟା ଆସିଥାଏ। ତେଣୁ ଏବେ ବାତ୍ୟା ଆସିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହାକୁ ଭାରତୀୟ ପାଣିପାଗ (ଆଇଏମଡି) ଖଣ୍ଡନ କରିନଥିଲେ ମଧ୍ୟ କହିଛନ୍ତି, ବାତ୍ୟା ନେଇ ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନି। ତେବେ ଅବପାତ ନେଇ ପୂର୍ବାନୁମାନ କରାଯାଇଛି ବୋଲି ଆଇଏମଡି ଡିଜି କହିଛନ୍ତି।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ୨୨ ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। କ୍ରମେ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୪ ତାରିଖରେ ଅଧିକ ବର୍ଷା ହୋଇପାରେ। ତଥାପି ନିୟମିତ ମନିଟର କରାଯାଉଛି। ପରବର୍ତ୍ତୀ ସମୟରେ ଅପ୍‌ଡେଟ୍‌ ଦେବୁ। ବାତ୍ୟା ନେଇ କିଛି ଆକଳନ କରାଯାଇନି। ଅବପାତ ନେଇ ପୂର୍ବାନୁମାନ କରିଛୁ ବୋଲି ଆଇଏମଡି ଡିଜି କହିଛନ୍ତି।

Exit mobile version