କେନ୍ଦୁଝର, (ନିପ୍ର) କାନ୍ଧ ଦେବାକୁ ଆସିଲେ ନାହିଁ ସାହିଭାଇ। ମହିଳା ସରପଞ୍ଚ କଲେ ଶବ ସତ୍କାର। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ମୁକୁନ୍ଦପୁରପାଟଣା ପଞ୍ଚାୟତର ବୀଣାଝରି ଗ୍ରାମରେ। ବୀଣାଝରି ଗ୍ରାମର ଚୈତନ୍ୟ ନାଏକଙ୍କ ସ୍ତ୍ରୀ ଚାନ୍ଦମଣି ମୁଣ୍ଡା (୬୫)ଙ୍କ ଗତକାଲି ସକାଳେ ମୃତ୍ୟୁ ଘଟିଥିଲା। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ତାଙ୍କ ଶବ ସତ୍କାର କରିବା ପାଇଁ ସାହିଭାଇ ରାଜିହେଲେ ନାହିଁ। ସ୍ୱାମୀ ଚୈତନ୍ୟ ବାରମ୍ବାର ସାହିଭାଇଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି କାନ୍ଧ ଦେବାକୁ ଆସି ନଥିଲେ। ୮ ଘଣ୍ଟା ଧରି ଘରେ ଶବ ପଡ଼ି ରହିଥିଲା।
ନିକଟସ୍ଥ କୋଳିପଶି ଗ୍ରାମରୁ ଏକ ବିବାହ ଭୋଜିରେ ଯୋଗଦେଇ ଫେରୁଥିବା ବେଳେ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେ ତୁରନ୍ତ ଶବ ସତ୍କାର ପାଇଁ ବ୍ୟବସ୍ଥା କରିଥିଲେ। ସରପଞ୍ଚ ଶ୍ରୀମତୀ ଦେହୁରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଯୁବକ ଓ ମହିଳାମାନେ ଗାତ ଖୋଳି ମୁଣ୍ଡା ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ ଶବ ସତ୍କାର କରିଥିଲେ। ମହିଳା ସରପଞ୍ଚଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

May 9, 2023
0 Comment
149 Views
କାନ୍ଧ ଦେଲେନି ସାହିଭାଇ, ମହିଳା ସରପଞ୍ଚ କଲେ ଶବ ସତ୍କାର
କେନ୍ଦୁଝର, (ନିପ୍ର) କାନ୍ଧ ଦେବାକୁ ଆସିଲେ ନାହିଁ ସାହିଭାଇ। ମହିଳା ସରପଞ୍ଚ କଲେ ଶବ ସତ୍କାର। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ମୁକୁନ୍ଦପୁରପାଟଣା ପଞ୍ଚାୟତର ବୀଣାଝରି ଗ୍ରାମରେ। ବୀଣାଝରି ଗ୍ରାମର ଚୈତନ୍ୟ ନାଏକଙ୍କ ସ୍ତ୍ରୀ ଚାନ୍ଦମଣି ମୁଣ୍ଡା (୬୫)ଙ୍କ ଗତକାଲି ସକାଳେ ମୃତ୍ୟୁ ଘଟିଥିଲା। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ତାଙ୍କ ଶବ ସତ୍କାର କରିବା ପାଇଁ ସାହିଭାଇ ରାଜିହେଲେ ନାହିଁ। ସ୍ୱାମୀ ଚୈତନ୍ୟ ବାରମ୍ବାର ସାହିଭାଇଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି... Read More