Site icon ଆଜିକାଲି

ରାଜ୍ୟରେ ଡିସେମ୍ବର ୩ରୁ କୋଭିଡ କେସ୍ ରିପୋର୍ଟ ହୋଇନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ଦେଶରେ ଗତ ୧୫ ଦିନ ମଧ୍ୟରେ କୋଭିଡ ଆକ୍ରାନ୍ତଙ୍କ ଉପରମୁହାଁ ହୋଇଛି। ୫ଟି ରାଜ୍ୟରୁ ୯୮ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କୋରୋନା ନୂଆ ଭାରିଆଣ୍ଟ ଜେଏନ୍.୧ ବ୍ୟାପିଥିଲେ ମଧ୍ୟ ଏହି କିନ୍ତୁ ସାଙ୍ଘାତିକ ହେଉନାହିଁ ବୋଲି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ, ନୂଆ ଭାରିଆଣ୍ଟ ପ୍ରଭାବରେ ସାଧାରଣ ଇନଫ୍ଲୁଏଞ୍ଜା ଭଲି ଥଣ୍ଡା, କାଶ, ଜ୍ଵର ରହୁଛି। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ଡିସେମ୍ବର ୩ ତାରିଖ ଠାରୁ କୋଭିଡର ଗୋଟିଏ ହେଲେ କେସ ଆସିନାହିଁ। ନୂଆ କେସ୍ ରିପୋର୍ଟ ହୋଇନଥିଲେ ବି କେନ୍ଦ୍ରରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବା ପାଇଁ କୁହାଯାଇଛି। କେସ ବଢିବାର ସମ୍ଭାବନା ରହିଛି। ଏଣୁ ସର୍ଭେଲାନ୍ସ ଓ କୋଭିଡ ଟେଷ୍ଟ ବଢାଇବାକୁ ଓ ଫିଭର୍ କ୍ଲିନିକ୍ ଚଲାଇବାକୁ ଜିଲ୍ଲା ଚିକିତ୍ସାଳୟମାନଙ୍କୁ କୁହାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Exit mobile version