Site icon ଆଜିକାଲି

ସୋସିଆଲ ମିଡିଆ ସାମ୍ବାଦିକଙ୍କୁ ପଞ୍ଜିକୃତ ପାଇଁ କୌଣସି ବ୍ୟବସ୍ଥା ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସାମ୍ବାଦିକମାନଙ୍କୁ ପଞ୍ଜିକୃତ କରିବା ନୀତି ଉପରେ ବଡ଼ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଓ ଓ୍ବେବ୍‌ ସାମ୍ବାଦିକଙ୍କ ପଞ୍ଜିକରଣ ନେଇ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି।

ବିଧାୟକ ରମେଶ ବେହେରା ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ସାମାଜିକ ଗଣମାଧ୍ୟମକୁ ବ୍ୟବସ୍ଥିତ କରିବା ତଥା ସେଥିରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପଞ୍ଜିକୃତ କରିବା ପାଇଁ ନିର୍ଦିଷ୍ଟ ନୀତି ପ୍ରଣୟନ କରିବା ପାଇଁ ଯୋଜନା ଥିଲେ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଇଛି ? ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସୋସିଆଲ ମିଡିଆ ସାମ୍ବାଦିକଙ୍କ ପାଇଁ ସରକାରଙ୍କ କୌଣସି ନୀତି ନାହିଁ। ଏହା ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟ ଅନ୍ତର୍ଭୁକ୍ତ ନୁହେଁ। କିନ୍ତୁ ଓ୍ବେବ୍‌ ମିଡିଆ ପାଇଁ ରାଜ୍ୟ ସରକାର ଓ୍ବେବ୍‌ ମିଡିଆ ପଲିସି ପ୍ରଣୟନ କରିଛନ୍ତି। ସେଥିରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପଞ୍ଜିକୃତ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ।

Exit mobile version