Site icon ଆଜିକାଲି

କଠୋର ହେଲେ ସରକାର! ଆଉ ଯାତ୍ରାରେ ହେବନି ନଗ୍ନ ନୃତ୍ୟ

ଭୁବନେଶ୍ୱର : ଯାତ୍ରାରେ ଆଉ ହେଇପାରିବନି ଅଶ୍ଲୀଳ ନୃତ୍ୟ। ଆଉ ଦର୍ଶକ ଦେଖିପାରିବେନି ଝାଇଁମରା ନାଚ। ଖୋଲା ମଞ୍ଚ ଯାତ୍ରାରେ ନାଟକକୁ ନେଇ ଦର୍ଶକଙ୍କ ଭିତରେ କ୍ରେଜ୍‌ ବଢ଼ୁଛି। ହେଲେ ନାଟକରେ ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି। ଯାହାକୁ ନେଇ ନାନ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ହେଉଛନ୍ତି।

ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବା ପାଇଁ ଖୁବଶୀଘ୍ର ଆସିବ ଆଇନ। ରାଜ୍ୟ ସରକାର ଏହାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଚାର ବିମର୍ଶ ଚାଲିଛି। ଯାତ୍ରା ପାର୍ଟିର ମାଲିକଙ୍କ ସହ ଏ ନେଇ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଅଶ୍ଲୀଳ ନୃତ୍ୟ ରୋକ ଲଗାଇବା ପାଇଁ ‘ଯାତ୍ରା କଳାକାର ଓ କର୍ମଚlରୀ ସଂଘ ଓଡ଼ିଶା’ ଓ ‘ରାଜ୍ୟ କଳାକାର ମହାସଂଘ’ ପୂର୍ବରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ। ସରକାର ଏଥିପ୍ରତି ଯତ୍ନବାନ ହୋଇ ଏକ ନିୟମ କରି ପ୍ରତି ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ଚିଠି କରିଥିଲେ। କିନ୍ତୁ ଜିଲ୍ଲାପାଳ ଓ ଏସ୍‌ପି ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି ସଂଘ ଅଭିଯୋଗ କରିଛି।

Exit mobile version