Site icon ଆଜିକାଲି

ଡ୍ୟାମ ନିର୍ମାଣ ନହେଲେ ଭୋଟ ବର୍ଜନ, ଚାଷ ଜମିକୁ ପାଣୀ ନାହିଁ ତ ଭୋଟ ନାହିଁ

କେନ୍ଦୁଝର, (ନିପ୍ର)  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହୁଣ୍ତୁା ଓ ଜୁଙ୍ଗା, ତେନ୍ତାଳାପୋଶି ପଂଚାୟତର ଗ୍ରାମବାସୀ ଆଜି ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଗ୍ରାମର ଉପରେ ଥିବା ଖେଡିଆଡିହା ନାଳ ରେ ନିର୍ମାଣ ହେବାକୁଥିବା ବଡକାଣିଝର ଏମ୍ ଆଇପି ର  ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି । ଖୁଣ୍ଟାବନ୍ଧ, ଗୋପୀନାଥପୁର, ମିଶ୍ରମାଳ,ହାତୀନଟା,ଦଧିବାମନପୁର, ଧନୁର୍ଜୟପୁର, ବଡକମୁଣ୍ତରା,ସାନକମୁଣ୍ତରା,ବ୍ରାହ୍ମଣପଙ୍ଗା, ଝୁମକାପୋଶି, ଡୁମୁରିଡିହା,କାଳିମାଟି ଗ୍ରାମର ଶତାଧିକ ଅଂଚଳବାସୀ ରାଲିରେ ଆସି ଏହିଦାବିପତ୍ର ଦେଇଥିଲେ । ଏହି ଅଂଚଳ ୯୯ପ୍ରତିଶତ ଲୋକମାନେ ଚାଷ ପାଇଁ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି । ନିକଟରେ ବହିଯାଇଥିବା ଖେଳିଆଡିହା ନାଳରେ ବନ୍ଧ ନିର୍ମାଣ ହେଲେ ଉକ୍ତ ଅଂଚଳବାସୀ ଉପକୃତ ହୋଇପାରିବେ । ୧୯୯୭ ମସିହାରେ ୧.୬୦କୋଟି ଟଙ୍କା ବିନିମୟରେ ଆନନ୍ଦପୁର କ୍ଷୁଦ୍ରଜଳ ସେଚନ ବିଭାଗ ପକ୍ଷରୁ ଏକ ପ୍ରକଳ୍ପ ପାଇଁ ଧାର୍ଯ୍ୟ ହୋଇଥିଲା । ତେବେ ଅଦ୍ୟାବଧି ଏପର୍ଯ୍ୟନ୍ତ ଡ୍ୟାମ ନିର୍ମାଣ ହୋଇପାରିଲାନାହିଁ । ଏନେଇ ୫ଟି ସଚିବ ଗୋନାସିକା ଆସିଥିବାବେଳେ ଲୋକେ ଲିଖିତ ଅବଗତ କରିଥିଲେ । ଏଣୁ ଦାବି ପୂରଣ ନହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ତେବେ ଚିଠିନଂ ୩୯/୩୬ ୦୫/୮୦/୧୯୯୭ ମସିହାରେ ୧.୬୦ କୋଟି ବ୍ୟୟରେ ଡ୍ୟାମ୍ କରିବା ପାଇଁ ଭୁବନେଶ୍ବର ସ୍ଥିତ ଏମ୍ ଆଇ ମୁଖ୍ୟଯନ୍ତ୍ରୀ ଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରକଳ୍ପ ହେଲେ ଉକ୍ତ ଅଂଚଳର ୬୦୭ ହେକ୍ଟର ଜମିରେ ପାଣି ମାଡିବ ବୋଲି ଜଣାପଡିଛି । ଏହି ବନ୍ଧ ପାଇଁ ୧୯୯୮ ମସିହା ନିର୍ବାନରେ ଭୋଟ ବର୍ଜନ କରିଥିଲେ ଏମାନେ । ତେବେ ତତ୍ କାଳୀନ ଜିଲ୍ଲାପାଳ ଙ୍କର ପ୍ରତିଶୃତି ପରେ ୨୦୦୦ ନିର୍ବାଚନରେ ଲୋକେ ଭୋଟ ଦେଇଥିଲେ । ୨୫ବର୍ଷ ମଧ୍ୟରେ ଡ୍ୟାମ ନିର୍ମାଣ ହେଉନଥିବାରୁ ଚାଷୀକୂଳ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Exit mobile version