Site icon ଆଜିକାଲି

ଆୟ ବହିର୍ଭୂତ ସମ୍ପତ୍ତି : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଉ ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଟିମ୍ ଆଜି ଏକକାଳୀନ ଚଢାଉ କରିଛି । ସଂଗ୍ରାମ ଜେନା ପୂର୍ବରୁ ଗଞ୍ଜାମ ଜିଲ୍ଲା ବୁଗୁଡାରେ ତହସିଲଦାର ଥିଲେ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଥାନା ଅଧୀନସ୍ଥ ଜେନା କଲୋନୀରେ ଥିବା ସଂଗ୍ରାମ ଜେନାଙ୍କ ତିନି ମହଲା କୋଠା, ଟାଙ୍ଗୀ ହରିପୁରରେ ଥିବା ଘର, ବାଲୁଗାଁରେ ଥିବା ସମ୍ପର୍କୀୟଙ୍କ ଘର ସମେତ ବାଣପୁର ଛୋଟରାୟପୁର ଶାସନରେ ଥିବା ପ୍ରାଚୀର ବେଷ୍ଟିତ ୩ଟି ପ୍ଲଟରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି

Exit mobile version