Site icon ଆଜିକାଲି

ଆଜି ପ୍ରକାଶ ପାଇବ ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଆଗାମୀ ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ଗତ ଶନିବାର ଦିନ ଭାରତୀୟ ନିର୍ବାଚନ କମିଶନ ପଦ୍ମପୁର ଉପନିର୍ବାଚନ ତାରିଖ ଘୋଷଣା କରିଥିଲେ ।

ଘୋଷଣା ଅନୁଯାୟୀ ପଦ୍ମପୁରରେ ଡିସେମ୍ବର ୫ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ, ନଭେମ୍ବର ୧୭ ସୁଦ୍ଧା ନାମାଙ୍କନପତ୍ର ଦାଖଲ, ନଭେମ୍ବର ୧୮ରେ ପ୍ରାର୍ôଥପତ୍ର ଯାଂଚ , ନଭେମ୍ବର ୨୧ ସୁଦ୍ଧା ପ୍ରାର୍ôଥପତ୍ର ପ୍ରତ୍ୟାହାର ହେବ । ଡିସେମ୍ବର ୮ରେ ଭୋଟ୍ ଗଣତି ଓ ଡିସେମ୍ବର ୧୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ସୂଚନାଯୋଗ୍ୟ, ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ତାରିଖରେ ପରଲୋକ ହେବା ପରେ ଏହି ଆସନ ଖାଲି ରହିଛି ।

Exit mobile version