Site icon ଆଜିକାଲି

ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର : ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଶୁକ୍ରବାର ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ । ଏଥିସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ନଭେମ୍ବର ୩ ତାରିଖରେ ଏହି ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।

ସୂଚନା ଅନୁଯାୟୀ ସ୍ୱର୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ପରେ ୪୬-ଧାମନଗର ବିଧାନସଭା ଆସନ ଖାଲି ପଡିଛି । ଏହି ଆସନରେ ଉପନିର୍ବାଚନ ପାଇଁ ଗତ ୩ ତାରିଖରେ ଭାରତ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଥିଲେ । ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୭ ତାରିଖ (ଶୁକ୍ରବାର) ଗେଜେଟ୍ ନୋଟିଫିକେସନ୍‌, ଅକ୍ଟୋବର ୧୪ରେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ, ଅକ୍ଟୋବର ୧୫ ତାରିଖ (ଶନିବାର) ନାମାଙ୍କନ ପତ୍ର ଯାଂଚ, ୨୦୨୨ ଅକ୍ଟୋବର ୧୭ ତାରିଖ (ସୋମବାର) ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି । ନଭେମ୍ବର ୩ ତାରିଖ (ଗୁରୁବାର) ଭୋଟ ଗ୍ରହଣ କରାଯିବ । ସେହିପରି ନଭେମ୍ବର ୬ ତାରିଖରେ ଭୋଟଗଣତି ଓ ୨୦୨୨ ନଭେମ୍ବର ୮ ତାରିଖ (ମଙ୍ଗଳବାର) ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ।

Exit mobile version