Site icon ଆଜିକାଲି

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ନୂଆ କଳାକାର ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ

ବରଗଡ଼ : ଧନୁଯାତ୍ରା ପାଇଁ ଚୟନ ହେବେ କଳାକାର। ଆସନ୍ତା ଅକ୍ଟୋବର ୨୨ ରୁ ୩୧ ପର୍ଯ୍ୟନ୍ତ କଳାକାରମାନେ ଯାତ୍ରାରେ ଅଭିନୟ କରିବା ପାଇଁ ସେମାନଙ୍କ ଆବେଦନ ପତ୍ର ଦାଖଲ କରି ପାରିବେ। ଧନୁଯାତ୍ରା ମହୋତ୍ସବ ସମିତି ଏନେଇ ବିଜ୍ଞପ୍ତି ଜାରି କରିଛି। ମହାରାଜା କଂସ, ମହାମନ୍ତ୍ରୀ, ସାର୍ତ୍ତକୀ, ଚାଣୁର, ମୁଷ୍ଟିକ, ଅକୃର, ଉଗ୍ରେସନ, ବାସୁଦେବ, ଦେବକୀ, ନାରଦ ଓ ସେନାପତି ପରି ମହାରାଜା ଓ ରାଜାଙ୍କ ପାର୍ଶ୍ଵ କଳାକାର ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ହେବ। ଆବେଦନପତ୍ର ଗୁଡ଼ିକ ଇ-ମେଲ କିମ୍ୱା ଅତିରିକ୍ତ ଜିଲାପାଳଙ୍କ ପାଖରେ ଡାକ କିମ୍ବା ବ୍ୟକ୍ତିଗତ ଭାବେ ଦାଖଲ କରିହେବ। ଜଣେ କଳାକାର ସର୍ବାଧିକ ୨ଟି ଭୂମିକା ପାଇଁ ଆବେଦନ କରି ପାରିବେ। ବିନା ସ୍କ୍ରିପ୍ଟର ଖୋଲା ମଞ୍ଚରେ ଅଭିଜ୍ଞତା ଥିବା ଆବଶ୍ୟକ, ଧନୁଯାତ୍ରାରେ କଂସ ଅଭିନୟ କରୁଥିବା କଳାକାର ଅନ୍ୟ ମଞ୍ଚରେ କଂସ ଭୂମିକାରେ ଅଭିନୟ କରିବେ ନାହିଁ ଭଳି ମୋଟ ୧୦ଟି ସର୍ତ୍ତାବଳୀ କଳାକାରମାନଙ୍କ ପାଇଁ ରହିଛି।

କରୋନା ଯୋଗୁଁ ୨ ବର୍ଷ ହେଲା ଆୟୋଜନ ହୋଇ ପାରୁନଥିଲା ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ର।। । କିନ୍ତୁ ଚଳିତ ବର୍ଷ ଧନୁଯାତ୍ରା ଆୟୋଜିତ ହେବାକୁ ଅନୁମତି ମିଳିବା ପରେ ୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ପାଇଁ ନିଷ୍ପତତି କରିଛି ବରଗଡ ଧନୁଯାତ୍ରା କମିଟି । ତେବେ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ନୂଆ କଳାକାର ଚୟନ କରିବାକୁ ନିଷ୍ପତ୍ତି ନେଇଛି କମିଟି ।

Exit mobile version