Site icon ଆଜିକାଲି

ପହିଲାରୁ ରାଜ୍ୟରେ ହାଲୁକା ବର୍ଷା, କୋହଲା ରହିବ ପାଗ

Transparent umbrella under heavy rain against water drops splash background. Rainy weather concept.

ଭୁବନେଶ୍ୱର : ଆସନ୍ତା ୧ ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ହେବ । ବଙ୍ଗୋପସାଗରରୁ ଥଣ୍ଡା ପବନ ବହିବ । ଏହା ଦକ୍ଷିଣ ଓଡ଼ିଶାରେ ବର୍ଷା କରାଇବ । ୩ ତାରିଖ ଯାଏ ହାଲୁକା ବର୍ଷା ସହ ପାଗ କୋହଲା ରହିବ । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି । ରାଜ୍ୟରେ ଶୀତ ଅନୂଭୂତ ହେବା ଆରମ୍ଭ ହୋଇଛି ।

ଗତ ୨୪ ଘଣ୍ଟାରେ ୬ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିଲା । ଜି. ଉଦୟଗିରିରେ ୧୩.୫ଡିଗ୍ରୀ, ଫୁଲବାଣୀରେ, କୋରାପୁଟରେ, ଦାରିଙ୍ଗିବାଡ଼ିରେ ୧୪ଡିଗ୍ରୀ, ସେମିଳିଗୁଡ଼ାରେ ପାରଦ ୧୫ଡିଗ୍ରୀ ରହିଥିଲା । ଅନୁଗୁଳ ଓ ଭବାନୀପାଟଣାରେ ୧୬ଡିଗ୍ରୀ, କେନ୍ଦୁଝରରେ ୧୬.୪, ସୋନପୁରରେ ୧୬.୯, ନବରଙ୍ଗପୁରରେ ୧୭.୪ ଓ ରାଉରକେଲାରେ ୧୮.୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବଙ୍ଗୋପସାଗରରୁ ତରଙ୍ଗାୟିତ ଜଳୀୟବାଷ୍ପ ଭରା ବାୟୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ୧ରୁ ୩ ତାରିଖ ଯାଏ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

Exit mobile version