Site icon ଆଜିକାଲି

ଏଣିକି ପ୍ରତି ସପ୍ତାହରେ ୪ ଦିନ ଅନଲାଇନରେ ହେବ ଯୁକ୍ତ୨ ପାଠ ପଢ଼ା

ଭୁବନେଶ୍ୱର : ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରିବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଶିକ୍ଷା ସହାୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଗୁଡ଼ିକରେ ଅନ୍‍ଲାଇନ୍‍ ମାଧ୍ୟମରେ ପାଠ ପଢ଼ାଯିବ ।

ଯୁକ୍ତ୨ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସ୍ମାର୍ଟ କ୍ଲାସ୍‍ରୁମ୍‍ ପ୍ରସ୍ତୁତ ରଖିବାକୁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପତ୍ର ଲେଖାଯାଇଛି । ନିର୍ଦ୍ଦେଶାଳୟ ପକ୍ଷରୁ ବିଶେଷଜ୍ଞ ଚୟନ ଶେଷ ହେବା ପରେ ୧୨ ତାରିଖରୁ ଦିଗ୍‍ଦର୍ଶନ କ୍ଲାସ୍‍ ଆରମ୍ଭ ହେବ ଏବଂ ୧୭ ତାରିଖରୁ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ହେବ । ପ୍ରତି ସପ୍ତାହରେ ୪ ଦିନ ଅପରାହ୍ନ ୨ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଅନ୍‍ଲାଇନ୍‍ ମାଧ୍ୟମରେ ପାଠପଢ଼ା ହେବ ।

Exit mobile version