Site icon ଆଜିକାଲି

ରାଜ୍ୟରେ ବଢୁଛି କୋରୋନା ପଜିଟିଭଙ୍କ ସଂଖ୍ୟା, ଦିନକରେ ୯୨ ଚିହ୍ନଟ

ଭୁବନେଶ୍ବର – ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୯କୁ ବୃଦ୍ଧି ପାଇଛି।

ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟେଷ୍ଟିଂ ଓ ସର୍ଭେଲାନ୍ସ ବଢାଯାଇଛି । ଅଧିକ ଟେଷ୍ଟିଂ ହେଉଥିବାରୁ ଆଗକୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି, ଆସନ୍ତା ୧୦ ଓ ୧୧ତାରିଖ ଦୁଇଦିନ ମକ ଡ୍ରିଲ୍ ହେବ । ଯେଉଁମାନଙ୍କ ପାଖରେ କୋରୋନା ଲକ୍ଷଣ ଅଛି, ସେମାନେ ଟେଷ୍ଟିଂ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅପିଲ କରିଛି । ପୂର୍ବ ଗାଇଡଲାଇନ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭୟଭୀତ ନହୋଇ ସତର୍କ ରହିବାକୁ ଆହ୍ବାନ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

Exit mobile version