Site icon ଆଜିକାଲି

ନର୍ଭେରାମ ଖଣି କମ୍ପାନୀ ର ଜନଶୁଣାଣୀ କୁ

ଗ୍ରାମବାସୀ ଙ୍କ ପୂର୍ଣ ସମର୍ଥନ

କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଯୋଡ଼ା ବ୍ଲକ ଭଦ୍ରାସାହି ଗ୍ରାମ ପଞ୍ଚାୟତ ରେ ଥିବା ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ଲିମିଟେଡ଼ କମ୍ପାନୀ ଦ୍ୱାରା ପ୍ରସ୍ତାବିତ ପିଲେଟ ପ୍ଲାଣ୍ଟ ର ପରିବେଶ ମଞ୍ଜୁରୀ ନିମନ୍ତେ ଜନଶୁଣାଣୀ ହୋଇଯାଇଛି l ଭଦ୍ରାସାହି ଗ୍ରାମ ପଞ୍ଚାୟତ ଟଣ୍ଟ ଗ୍ରାମ ରେ ଆୟୋଜିତ ଏହି ଜନଶୁଣାଣୀ ସଭାକୁ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ଅଧ୍ୟକ୍ଷତା କରିଥିବା ବେଳେ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ଼ ଅଧିକାରୀ ପ୍ରଶାନ୍ତ କୁମାର କର ଯୋଗ ଦେଇଥିଲେ।କମ୍ପାନୀ ଦ୍ୱାରା ପ୍ରଭାବିତ ସେରେଣ୍ଡା, ଭଦ୍ରାସାହି, ରୋଇଡା, ବଲାଣି, ବାଲାଗୁଡା,ଆଦି ପଞ୍ଚାୟତ ର ପ୍ରlୟ ୩ ହଜାର  ରୁ ଉର୍ଦ୍ଧ ପ୍ରଭାବିତ ଗ୍ରାମବାସୀ ଜନଶୁଣାଣୀ ରେ ସାମିଲ ହୋଇଥିଲେ।ଏଥିରେ ମୋଟ ୯୪ ଜଣ ନିଜର ମତାମତ ଦେଇଥିବା ବେଳେ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଆଦି ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ସର୍ତ୍ତ ରଖି ସମର୍ଥନ କରିଥିଲେ। ତେବେ ନର୍ଭେରାମ କମ୍ପାନୀ ଦ୍ୱାରା ରୋଇଡା ‘ସି’ବ୍ଲକ ରେ ଥିବା ୨୭. ୨୯ ଏକର ଜଙ୍ଗଲ ଜମି କୁ ଅଣଜଙ୍ଗଲ ଜମି ଭାବେ ବ୍ୟବହାର କରି ବାର୍ଷିକ ୨. ୪ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ପିଲେଟ ପ୍ଲାଣ୍ଟ ବସାଇବା ନିମନ୍ତେ ଏହି ଜନଶୁଣାଣୀ ର ଆୟୋଜନ ହୋଇଥିଲା ।

Exit mobile version