Site icon ଆଜିକାଲି

ରାଜ୍ୟରେ ସ୍ୱାଭାବିକ ହେଲା ରୋଗୀସେବା

ଭୁବନେଶ୍ୱର : ସ୍ୱାଭାବିକ ହେଲା ରୋଗୀସେବା । ୪ ଦିନ ଧରି ଚାଲିଥିବା ନର୍ସିଂ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ରବିବାର ଠାରୁ ରାଜ୍ୟରେ ରୋଗୀସେବା ସ୍ୱାଭାବିକ ହୋଇଛି। ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ସଫଳ ହେବା ପରେ ରାଜ୍ୟ ନର୍ସିଂ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛି। ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଆସନ୍ତା ୧ ମାସ ମଧ୍ୟରେ ନର୍ସିଂ ସଂଘର ଦାବି ପୂରଣ କରିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ସୂଚନାଯୋଗ୍ୟ, ୧୦ ଦଫା ଦାବି ନେଇ ରାଜ୍ୟ ନର୍ସିଂ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଥିଲା। ୧୫ ହଜାର ନର୍ସିଂ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ।

Exit mobile version