Site icon ଆଜିକାଲି

୨୭ରେ ହେବାକୁ ଥିବା ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା-୨୦୨୩ ସ୍ଥଗିତ

ଭୁବନେଶ୍ୱର : ଓଡିଶା ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ହେବାକୁ ଥିବା ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ଚଳିତ ମାସ ୨୭ ତାରିଖରେ ହେବାକୁ ଥିବା ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା – ୨୦୨୩କୁ ସ୍ଥଗିତ ରଖାଯାଇଛି। ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା-୨୦୨୩ର ପରବର୍ତ୍ତୀ ତାରିଖ ୭ ଦିନ ପରେ ପ୍ରକାଶ ପାଇବ। ଓଡିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଏହି ଘୋଷଣା କରାଯାଇଛି। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ http://opsc.gov.in ୱେବସାଇଟକୁ ଯିବାକୁ ପରାମର୍ଶ ଦିଆଯାଇଛି।

Exit mobile version