Site icon ଆଜିକାଲି

୩୦ ଅକ୍ଟୋବର ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସମ୍ପନ୍ନ କରିବେ। କାର୍ଯ୍ୟକ୍ଷେତ୍ରରେ କଠିନ ପରିସ୍ଥିତି ସମୟରେ ଆପଣଙ୍କୁ ବିନମ୍ର ରହିବା ଆବଶ୍ୟକ। ଆପଣଙ୍କର ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ। ଘର ଠାରୁ ଦୂରରେ କାର୍ଯ୍ୟ କରି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଖାଦ୍ୟପେୟରେ ବିଶେଷ ପ୍ରକାରର ଧ୍ୟାନ ଦିଅନ୍ତୁ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଯଥେଷ୍ଟ ସମ୍ମାନ ପ୍ରାପ୍ତ ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି।ନୂତନ ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଆପଣଙ୍କ ସାହସ ଓ ପାରକ୍ରମରେ ବୃଦ୍ଧି ହେବ। କ୍ୟାରିୟରକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଆପଣ ନୂଆ ଯୋଜନା ପ୍ରସ୍ତୁତ କରିବେ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। କଳା ଓ ସାହିତ୍ୟ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ। ପରିବାରରେ ଖର୍ଚ୍ଚ ଅଧିକ ବଢିପାରେ। ଅଧିକ ଦାୟିତ୍ୱର ଚାପ ଆପଣଙ୍କ ଉପରେ ପଡିପାରେ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ବ୍ୟକ୍ତିଗତ ମାମଲାରେ ଆପଣଙ୍କୁ ଅଧିକ ବିଚାର ବିମର୍ଶ କରିବା ଆବଶ୍ୟକ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣ ଯଦି କାହାକୁ ଋଣ ଦେଇଛନ୍ତି, ତାହେଲେ ସଠିକ ସମୟରେ ଆପଣ ଟଙ୍କା ଫେରସ୍ତ ପାଇବେ। ଆପଣ ନିଜ ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ କରିବେ। ମାମୁଁ ଘର ପକ୍ଷରୁ ଆପଣଙ୍କୁ ସମ୍ମାନ ମିଳିବ।

ବିଛା ରାଶି :-ଆଜି ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ଆପଣଙ୍କ ସୁଖ ସମୃଦ୍ଧିରେ ବୃଦ୍ଧି ହେବ। ଆପଣ ନିଜର ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି। ନିଜ ଅହଙ୍କାର ତ୍ୟାଗ କରନ୍ତୁ, ନଚେତ ସମସ୍ୟାରେ ପଡ଼ିବେ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ରଚନାତ୍ମକ କାର୍ଯ୍ୟ ପ୍ରତି ଆପଣ ରୁଚି ରଖିବେ। ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କୌଣସି ଅନୁଭବୀ ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଖର୍ଚ୍ଚ ପ୍ରତି ଧ୍ୟାନ ରଖନ୍ତୁ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

କୁମ୍ଭ ରାଶି :-କ୍ୟାରିୟର ଦୃଷ୍ଟିକୋଣରୁ ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଉଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ।

ମୀନ ରାଶି :-ରାଜନୀତି କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ଆପଣଙ୍କୁ ମିଳିବ। ବିବାହିତ ଲୋକଙ୍କ ଜୀବନରେ ନୂତନ ଅତିଥିଙ୍କ ଆଗମନ ହୋଇପାରେ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

Exit mobile version